ହୀରାକୁଦ : ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟରେ ପହଞ୍ଚିଛି। ଆସନ୍ତା ୨୮ ତାରିଖ ପୂର୍ବାହ୍ଣ ୯ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ତେଣୁ ଏନେଇ ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସଚେତନ କରାଯାଇଛି। ନଦୀକୁ ନ ଯିବା ଲାଗି ଲୋକଙ୍କୁ ସତର୍କ କରାଯିବା ସହ ନିର୍ଦେଶର ଖିଲାପ କଲେ ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୦.୭୧ ଫୁଟ ରହିଥିବା ବେଳେ ଉପରମୁଣ୍ଡରୁ ୨ ଲକ୍ଷ ୨୩ ହଜାର ୬୭୫ କ୍ୟୁସେକ୍ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବିଭିନ୍ନ ମାଧ୍ୟମରେ ୩୯,୧୧୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
July 27, 2024
0 Comment
64 Views
ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟ, ଆସନ୍ତାକାଲି ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ
by Editor
ହୀରାକୁଦ : ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୭୧ ଫୁଟରେ ପହଞ୍ଚିଛି। ଆସନ୍ତା ୨୮ ତାରିଖ ପୂର୍ବାହ୍ଣ ୯ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ତେଣୁ ଏନେଇ ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସଚେତନ କରାଯାଇଛି। ନଦୀକୁ ନ ଯିବା ଲାଗି ଲୋକଙ୍କୁ ସତର୍କ କରାଯିବା ସହ ନିର୍ଦେଶର ଖିଲାପ କଲେ ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁହାଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୦.୭୧ ଫୁଟ ରହିଥିବା ବେଳେ ଉପରମୁଣ୍ଡରୁ ୨... Read More