ଛତ୍ରପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ୍ ଅଢ଼େଇବରଗାଁରେ ବଡ଼ ଦୁଇ ଭାଇ ଓ ତାଙ୍କ ପୁଅମାନଙ୍କ ମିଳିତ ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ପାରିବାରିକ କଳହରୁ କାଳୁ ନାହାକଙ୍କୁ ହତ୍ୟା କରିଛନ୍ତି ଦୁଇ ଭାଇ ପୁନିଆ ନାହାକ ଓ ରୁଷିଆ ନାହାକ ଏବଂ ପୁନିଆ ନାହାକର ଦୁଇ ପୁଅ ଗଗନ ଓ ସୁରେନ୍ଦ୍ର। ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।ପରିବାରର ପାଞ୍ଚ ଭାଇଙ୍କ ମଧ୍ୟରେ ଘର ଜାଗା ବିବାଦ ଲାଗି ରହିଥିଲା। ସୋମବାର ବିଳମ୍ବିତ ରାତିରେ ଉପରୋକ୍ତ ଚାରି ଜଣ ମିଶି କାଳୁଙ୍କୁ ଖଣ୍ଡାରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ ମଞ୍ଜୁଳା। ଥାନାରେ କେସ୍ ନମ୍ବର୍ ୫୨୬/୨୦୨୩ ରୁଜୁ କରି ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ଫେରାର ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଚଳାଇଛି ପୋଲିସ। ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ପୋଲିସ ଜବତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
August 29, 2023
0 Comment
173 Views
ବଡ଼ ଭାଇମାନଙ୍କ ଖଣ୍ଡା ଚୋଟରେ ସାନ ଭାଇର ଜୀବନ ଗଲା
by Editor
ଛତ୍ରପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ୍ ଅଢ଼େଇବରଗାଁରେ ବଡ଼ ଦୁଇ ଭାଇ ଓ ତାଙ୍କ ପୁଅମାନଙ୍କ ମିଳିତ ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ପାରିବାରିକ କଳହରୁ କାଳୁ ନାହାକଙ୍କୁ ହତ୍ୟା କରିଛନ୍ତି ଦୁଇ ଭାଇ ପୁନିଆ ନାହାକ ଓ ରୁଷିଆ ନାହାକ ଏବଂ ପୁନିଆ ନାହାକର ଦୁଇ ପୁଅ ଗଗନ ଓ ସୁରେନ୍ଦ୍ର। ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।ପରିବାରର ପାଞ୍ଚ ଭାଇଙ୍କ ମଧ୍ୟରେ ଘର ଜାଗା ବିବାଦ ଲାଗି ରହିଥିଲା। ସୋମବାର ବିଳମ୍ବିତ ରାତିରେ... Read More