ଭୁବନେଶ୍ୱର : ଆଜି ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତାଳ ଡାକରା ଦିଆଯାଇଛି । ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହ ଇଣ୍ଡିଆ ମେଣ୍ଟର ସମସ୍ତ ପାର୍ଟି ସମର୍ଥନ କରୁଛନ୍ତି ।
ବିଜେପିକୁ ଛାଡ଼ି ଅନ୍ୟ ସମସ୍ତ ରାଜନୈତିକ ଦଳ ଯୋଗ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଥିଲା । ୨୧ ଦଫା ଦାବି ପୂରଣ ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେଣେ ଗତକାଲି କେନ୍ଦ୍ର ସହ ଚାଷୀଙ୍କ ବୈଠକରୁ କିଛି ନିଷ୍କର୍ଷ ବାହାରି ପାରିନାହିଁ ୧୮ ତାରିଖରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ହେବ ।