ଘଟଗାଁ : ଆଜିଠାରୁ ଘଟଗାଁ ବାସିନୀ ମା’ ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହେବ । ଏହି ପରିପ୍ରେକ୍ଷୀରେ ରବିବାର ଠାରୁ ୭ ଦିନ ଧରି ଭକ୍ତଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ ଦେବେ ମା’।
ତେବେ ଚଇତି ପର୍ବର ଆଜି ପ୍ରଥମ ଦିନରେ ଉତ୍ସବ ମୁଖର ହୋଇ ଉଠିଛି ଘଟଗାଁ ତାରିଣୀ ପୀଠ । ଧୂପ, ଦୀପ, କର୍ପୁର ସୁଗନ୍ଧରେ ମନ୍ଦିର ପରିସର ମହ ମହ ବାସୁଛି । ଘଣ୍ଟ, ଶଂଖ, ହୁଳହୁଳି, ଯୋଡିନାଗରା ଓ ମହୁରୀ ଶବ୍ଦରେ ଉଠୁଛି ପଡୁଛିି ମନ୍ଦିର ବେଢା। ମା’ ତାରିଣୀଙ୍କ ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଛି ।