ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟ୍। ରବିବାର ଅପରାହ୍ନ ୧ଟା ୩୦ ମିନିଟ ସମୟରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଥିବାରୁ ସେଠାରୁ ଭର୍ଚୁଆଲ ମୋଡ଼ରେ ଯୋଗଦେଇ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ରାଜ୍ୟରେ ପୁଞ୍ଜିନିବେଶ ନେଇ କିଛି କମ୍ପାନିର ଆବେଦନକୁ ମଞ୍ଜୁରି, କିଛି ନୀତିଗତ ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ତେବେ ବୈଠକର ଏଜେଣ୍ଡା ସମ୍ପର୍କରେ କିଛି ବିଧିବଦ୍ଧ ସୂଚନା ମିଳିନାହିଁ।