ଭୁବନେଶ୍ଵର: ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହ ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ସାହି ଗଳିରେ ବ୍ୟାପକ ଆୟୋଜନ କରାଯାଇଛି। କେଉଁଠି ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଗଲାଣି ତ ଆଉ କେଉଁଠି ପୂଜା ଲାଗି ପ୍ରସ୍ତୁତି ଚାଲିଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୂ ଗଜାନନ। ଚଳିତବର୍ଷ ୧୩ ଦିନ ଧରି ଚାଲିବ ଗଣେଶ ପୂଜା। ରାଜଧାନୀ ଭୁବନେଶ୍ଵର, କଟକ, ରାଉରକେଲା, ବାଲେଶ୍ୱର, ମୟୁରଭଞ୍ଜରେ ମଧ୍ୟ ସୁନ୍ଦର ଆଲୋକମାଳା ସାଙ୍ଗକୁ ଚିତାକର୍ଷକ ସାଜସଜ୍ଜା ଓ ବିଶାଳ ମୂର୍ତ୍ତି କରାଯାଇଛି।
September 7, 2024
0 Comment
49 Views
ଆଜି ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଅଗ୍ରପୂଜ୍ୟଙ୍କୁ ଆରାଧନା
by Editor
ଭୁବନେଶ୍ଵର: ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହ ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ସାହି ଗଳିରେ ବ୍ୟାପକ ଆୟୋଜନ କରାଯାଇଛି। କେଉଁଠି ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଗଲାଣି ତ ଆଉ କେଉଁଠି ପୂଜା ଲାଗି ପ୍ରସ୍ତୁତି ଚାଲିଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ। ଏଠାରେ ୨୦୦ରୁ ଅଧିକ ମଣ୍ଡପରେ... Read More