ମେଷ – ଅଯଥା ବ୍ୟୟ ଯୋଗ ରହିଛି । ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟ ଚାପ ଆସିପାରେ । ଏହି କାରଣରୁ ଉତ୍ତେଜନା ପରିସ୍ଥିତି ରହିବ ।
ବୃଷ – ଆଜି ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି । ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।
ମିଥୁନ – କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଜି ସମାଧାନ ହୋଇପାରିବ । ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ ।
କର୍କଟ – ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ । ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ । ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ । ମିଶ୍ରିତ ତିକ୍ତତା ଦେଖାଦେବ ।
ସିଂହ – ଆଜି ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ । ଆପଣ ନିଜ ସାଥୀଙ୍କ ସହିତଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରି ପାରନ୍ତି। ସମ୍ପର୍କରେ ଗଭୀରତା ରହିବ । ଛାତ୍ରଛାତ୍ରୀ ମାନେ ମନସ୍ତାପ କରିବେ ।
କନ୍ୟା – ବନ୍ଧୁ ମାନଙ୍କ ସହ ଆଜି କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ । ପାରିବାରିକ ସମ୍ପର୍କ ଦୃଢ଼ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପାଠରେ ଅଧିକ ମନୋନିବେଶ କରିବେ ।
ତୁଳା – ଆଜି ଦିନଟିରେ ଆପଣ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ପରିବାର ସାମ୍ନାରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।
ବିଛା – ଯେ କୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ । ଯେଉଁଥିପାଇଁ ଆପଣ କର୍ମ କ୍ଷେତ୍ର ବହୁତ ସାହାଯ୍ୟ ପାଇବେ । ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।
ଧନୁ – ଆଜି ଆପଣଙ୍କ ଘାତ ଚନ୍ଦ୍ର ଯୋଗୁଁ ଅଙ୍ଗ ରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ। ସାବଧାନ ତା ର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ ।ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ମକର – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ ।
କୁମ୍ଭ – ଅଧିକ ପରିଶ୍ରମ ରେ ଦିନଟି ଅତିବାହିତ ହେବ ।ଦିନରେ ଅସ୍ଥିରତା ଅନୁଭବ ହୋଇପାରେ ଏବଂ ପ୍ରକୃତିରେ ଉତ୍ତେଜନା ପ୍ରାଧାନ୍ୟ ବିସ୍ତାର କରିବ, କିନ୍ତୁ ଅପରାହ୍ନ ସୁଦ୍ଧା ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ।
ମୀନ – ଆଜି ଆପଣଙ୍କ ରାଶିରେ ଶ୍ରୀ ଚନ୍ଦ୍ର । ସ୍ବାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ, ଆପଣ ଏହାକୁ ପରାସ୍ତ କରିପାରିବେ । ପରିବାରରରେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିପାରେ । ବ୍ୟବସାୟ ରେ ଉନ୍ନତି ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।