ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଝାରସୁଗୁଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି । ଜଣେ ଠିକାଦାରଙ୍କଠାରୁ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ବିଲ୍ ପାସ କରାଇ ଦେବା ପାଇଁ ୫୦ ହଜାର ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡ଼ି ବସିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢଉ ହୋଇଛି।
May 3, 2024
0 Comment
111 Views
ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ
by Editor
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଝାରସୁଗୁଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି । ଜଣେ ଠିକାଦାରଙ୍କଠାରୁ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର ବିଲ୍ ପାସ କରାଇ ଦେବା ପାଇଁ ୫୦ ହଜାର ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡ଼ି ବସିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ... Read More