କଟକ : ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ୱର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି । ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ୱରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ । ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଂଚୁକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ପଂଚୁକରେ ଶ୍ରଦ୍ଧାଳୁ ମାନେ ଭର୍ଚୁଆଲରେ ଦର୍ଶନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।