କେନ୍ଦୁଝର : କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ମଙ୍ଗଳବାର ରାତିରେ କିଛି ସିନିୟର ଛାତ୍ର ହଷ୍ଟେଲ ଭିତରେ ପଶି ଜଣେ ଜୁନିୟର ଛାତ୍ରଙ୍କୁ ନିର୍ଧୁମ୍ ପିଟିଥିଲେ। ପୀଡିତ ଛାତ୍ର ଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ୍ ବେହେରା ବୋଲି ଜଣାପଡିଛି। ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କିଛି ସିନିୟର ଛାତ୍ର ବିଶ୍ଵଜିତଙ୍କ କବାଟ ବାଡେଇଥିଲେ। ହେଲେ ବିଶ୍ଵଜିତ୍ କବାଟ ନଖୋଲିବାରୁ କବାଟ ଭାଙ୍ଗି ସେମାନେ ବିଶ୍ଵଜିତ୍ ଙ୍କୁ ଠେଙ୍ଗା ଏବଂ ଲୁହା ରଡ୍ ସାହାର୍ଯ୍ୟରେ ନିର୍ଧୁମ୍ ପିଟିଥିଲେ। ପରେ ଚିତ୍କାର ଶୁଣି ହଷ୍ଟେଲ ଓ୍ବାଡେନ୍ ଘଟଣାସ୍ଥଳରେ ପହଞ୍ଚି ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରିବାର ଲୋକ ମେଡିକାଲରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେପଟେ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।
November 6, 2024
0 Comment
10 Views
ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ, ସିନିୟରଙ୍କ ମାଡରେ ଜୁନିୟର ଲହୁଲୁହାଣ
by Editor
କେନ୍ଦୁଝର : କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ମଙ୍ଗଳବାର ରାତିରେ କିଛି ସିନିୟର ଛାତ୍ର ହଷ୍ଟେଲ ଭିତରେ ପଶି ଜଣେ ଜୁନିୟର ଛାତ୍ରଙ୍କୁ ନିର୍ଧୁମ୍ ପିଟିଥିଲେ। ପୀଡିତ ଛାତ୍ର ଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ୍ ବେହେରା ବୋଲି ଜଣାପଡିଛି। ବିଶ୍ଵଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ କିଛି ସିନିୟର ଛାତ୍ର ବିଶ୍ଵଜିତଙ୍କ କବାଟ ବାଡେଇଥିଲେ। ହେଲେ ବିଶ୍ଵଜିତ୍ କବାଟ ନଖୋଲିବାରୁ କବାଟ... Read More