ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇଫନ ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ ସହ ପ୍ରତି ଟିମରେ ୬ଜଣ ଲେଖାଏ କର୍ମଚାରୀ ରହିବେ । ଏହାସହିତ ଲୋକଙ୍କୁ ମଦ୍ୟପାନ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ପଠାରେ ଗାଧୋଇବାକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ଅପିଲ କରାଯାଇଛି । କିଛି ଅଘଟଣ ଘଟିଲେ ୧୧୨ ନଂରେ କଲ କରିବାକୁ କହିଛନ୍ତି ଅଗ୍ନିଶମ ଅଧିକାରୀ ଅବନୀକାନ୍ତ ସ୍ୱାଇଁ ।
March 25, 2024
0 Comment
115 Views
ହୋଲି ପାଇଁ ଅଗ୍ନିଶମ ବାହିନୀ ସଜାଗ, ମଦ୍ୟପାନ ନକରିବାକୁ ପରାମର୍ଶ
by Editor
ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ରାଜଧାନୀରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇଫନ ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ ସହ... Read More