ନୂଆଦିଲ୍ଲୀ: ମିଜୋରାମରେ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି (ଜେଡପିଏମ୍) ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶୁକ୍ରବାର ପୂର୍ବାହ୍ଣ ୧୧ଟା ବେଳେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ହୋଇଛି । ରାଜ୍ୟପାଳ ରାଜ୍ୟପାଳ ହରି ବାବୁ କାମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି ।
ବୁଧବାର ଜେଡପିଏମ୍ ନେତା ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ପତ୍ର ଦେଇଛନ୍ତି । ୪୦ ଆସନ ବିଶିଷ୍ଟ ବିଧାନସବାରେ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି ୨୭ଟି ସିଟ୍ ସ୍ପଷ୍ଟ ବହୁମତ ସହିତ ବିଜୟୀ ହୋଇଛି । ରାଜ୍ୟରେ ବିରୋଧୀ ପାର୍ଟି ଏମଏନଏଫକୁ ମାତ୍ ଦେଇଛି ଦଳ । ଏମଏନଏଫ ୧୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୨ଟି ଏବଂ କଂଗ୍ରେସ ପାର୍ଟି ଗୋଟିଏ ସିଟରେ ସୀମିତ ରହିଛି ।