କେନ୍ଦୁଝର : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହେବ ସହ ଅନ୍ୟ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭର ହେଲେ ମହାରାଷ୍ଟ୍ର ବାନ୍ଦ୍ରା ଜିଲା ଲାନୁର ଥାନା ପମ୍ପଲୁର ଗାଁର ସନ୍ତୋଷ ମୋରି ।
ସୂଚନା ଯେ, ଗତ ସୋମବାର ବିଳମ୍ବିତ ରାତିରେ କେନ୍ଦୁଝର ଆଡୁ ଏକ ୧୬ ଚକିଆ ଟ୍ରକ ବମ୍ବେ ଅଭିମୁଖେ ଯାଉଥିଲା । ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଥିଲା । ଏହାପରେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ଡ୍ରାଇଭର ସନ୍ତୋଷ ମୋରି ଗୁରୁତର ହୋଇଥିଲେ । ଗୁରୁତର ସନ୍ତୋଷଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।