September 30, 2022 0 Comment ଆଜିଠୁ ଏମବିବିଏସ୍ ଏବଂ ବିଡିଏସ୍ ସିଟ୍ ନାମଲେଖା ପାଇଁ ପଞ୍ଜିକରଣଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ଓଡ଼ିଶାରେ ଏମବିବିଏସ୍ ଏବଂ ବିଡିଏସ୍ ସିଟ୍ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା । ଅକ୍ଟୋବର ୧୦ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ରାଜ୍ୟ
September 30, 2022 0 Comment କଂଗ୍ରେସ ସଭାପତି ଦୌଡ଼ରୁ ଓହରିଲେ ଦିଗବିଜୟ ସିଂହ, ଥରୁର-ଖଡଗେଙ୍କ ମଧ୍ୟରେ ହେବ ଲଢ଼େଇନୂଆଦିଲ୍ଲୀ : କଂଗ୍ରେସ ନେତା ଦିଗବିଜୟ ସିଂହ ଦଳର ସଭାପତି ଦୌଡ଼ରୁ ଓହରି ଯାଇଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ଏଣ୍ଟ୍ରି ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ କଂଗ୍ରେସ ସଭାପତି ନିର୍ବାଚନ ଏବେ ଦ୍ବିମୁଖୀ ଲଢ଼େଇ ହେବ । ଏହି ପଦ ପାଇଁ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ।... Read More ଦେଶବିଦେଶ
September 30, 2022 0 Comment ଆରବିଆଇ ପୁଣି ବଢ଼ାଇଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି, ଯାହା ତୁରନ୍ତ ଲାଗୁ ହେବ । ଏହା ସହିତ ରେପୋ ରେଟ୍ ୫.୯୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ତିନି ବର୍ଷ ମଧ୍ୟରେ ସର୍ବାଧିକ। ଆରବିଆଇ ଯେଉଁ ସୁଧ ହାରରେ ବ୍ୟାଙ୍କଗୁଡ଼ିକୁ ଲୋନ୍ ଦେଇଥାଏ ତାହାକୁ ରେପୋ ରେଟ୍ କୁହାଯାଏ... Read More ଦେଶବିଦେଶ
September 30, 2022 0 Comment ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’ମୁମ୍ବାଇ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’ ରିଲିଜ୍ । ଅଭିନେତା ହ୍ରିତିକ୍ ରୋଶନ ଓ ସୈଫ ଅଲ୍ଲୀ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା। ଯାହାକୁ ପ୍ରଶଂସକ ପସନ୍ଦ କରିଥିଲେ। ଟ୍ରେଲରେ ହ୍ରିତିକ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ନଜର ଆସୁଥିବା ବେଳେ ସୈଫ ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିଥିଲେ। ପୁଷ୍କର ଗାୟତ୍ରୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।... Read More ଦେଶବିଦେଶ
September 30, 2022 0 Comment ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିକଟକ : ଜଷ୍ଟିସ୍ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନିଯୁକ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଗତ ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଯଶଓ୍ୱନ୍ତ ସିଂଙ୍କ ନାମ ସୁପାରିସ ହୋଇଥିଲା । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି। ତାଙ୍କ... Read More ରାଜ୍ୟ
September 30, 2022 0 Comment ଏମ୍ସରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇପାରିବେନି ସିକ୍ୟୁରିଟି ଗାର୍ଡନୂଆଦିଲ୍ଲୀ : ଏମ୍ସରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାରର ଚା’ କିମ୍ବା ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ। ଆଉ ଯଦି କୌଣସି ସିକ୍ୟୁରିଟି ଗାର୍ଡ ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ପାଇଁ ଚା ଜଳଖିଆ ଆଣିବାର ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦିଆଯିବ। ଏମ୍ସ ଡକ୍ତରଙ୍କର ବାବୁପଣିଆ ବନ୍ଦ କରିବା ଓ ସିକ୍ୟୁରିଟିଗାର୍ଡଙ୍କର ଅପବ୍ୟବହାରକୁ ରୋକିବା ପାଇଁ ଏମ୍ସ ନୂଆ ନିର୍ଦ୍ଦେଶକ ଏମ୍ ଶ୍ରୀନିବାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିକ୍ୟୁରିଟି ଗାର୍ଡମାନଙ୍କୁ... Read More ଦେଶବିଦେଶ
September 30, 2022 0 Comment ଅଫିସ୍ ନ ଆସି ଦରମା ନେଉଥିଲେ ଅଫିସର, ନିଲମ୍ବନ ଆଦେଶ ଦେଲେ ଉପମୁଖ୍ୟମନ୍ତ୍ରୀଲକ୍ଷ୍ନୌ : ଦୀର୍ଘ ୬ ମାସ ହେଲା ଅଫିସ୍ ନ ଆସି ନେଉଥିଲେ ଦରମା । କାମ ନ କରି ଅମରୋହା ଜିଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା ଇନ୍ଦୁ ବଳ ଶର୍ମା ଦରମା ଉଠାଇ ଚାଲିଥିଲେ। ତାଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ। ଏହାବାଦ ଦରମା ନେଣଦେଣ ଦାୟିତ୍ୱରେ ଥିବା ସନ୍ତୋଷ କୁମାରଙ୍କ ବିରୋଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରାଯାଇଛି।... Read More ଦେଶବିଦେଶ
September 30, 2022 0 Comment ଶିକ୍ଷାନୁଷ୍ଠାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୯ ମୃତକାବୁଲ : ଅଶାନ୍ତ ଆଫଗାନିସ୍ତାନ। ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଭୟଙ୍କର ବୋମା ବିସ୍ଫୋରଣ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ଶୁକ୍ରବାର ଜଣେ ଆତଙ୍କବାଦୀ ଶିକ୍ଷା କେନ୍ଦ୍ର ଭିତରେ ହମଲା କରିଛି। ଏଥିରେ ଶିକ୍ଷାନୁଷ୍ଠାନର କିଛି ପିଲାଙ୍କ ସହ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏବେ ଆକ୍ରମଣର... Read More ଦେଶବିଦେଶ
September 30, 2022 0 Comment ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାପୁରୀ : ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତ ଗୁରୁବାର ପୁରୀ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ସେବାୟତ ନଡ୍ଡାକୁ ଉତ୍ତରୀୟ ଦେଇ... Read More ରାଜ୍ୟ
September 30, 2022 0 Comment ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ମିଆଁମାରନାଏପିଦା : ଶକ୍ତିଶାଳୀ ଭୂକମ୍ପରେ ଥରିଲା ମିଆଁମାର। ମିଆଁମାରର ବର୍ମାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ରେକର୍ଡ କରାଯାଇଛି । ଶୁକ୍ରବାର ଭୋର ୩ଟା ୫୨ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ... Read More ଦେଶବିଦେଶ