July 1, 2022 0 Comment ଔଷଧରେ ସଂପୂର୍ଣ୍ଣ ଦୂର ହେବ କର୍କଟନାଇଫ୍ ଅସ୍ତ୍ରୋପଚାର ପରି ଅତ୍ୟାଧୁନିକ ଚିକିତ୍ସା ମାନ ରହିଛି। ତେବେ କୌଣସି ବି ଚିକିତ୍ସା ପଦ୍ଧତିରେ ଆକ୍ରାନ୍ତ ଶରୀରରୁ କର୍କଟ କୋଷ ବା ଟ୍ୟୁମର ସଂପୂର୍ଣ୍ଣ ଦୂରୀଭୂତ ହୋଇନଥାଏ। ତେଣୁ କିଛି ଦିନ ସୁସ୍ଥ ରହିଲା ପରେ ପୁଣି କର୍କଟ ଦେଖାଦେଇଥାଏ। ମାତ୍ର ଭେଷଜ ଇତିହାସରେ ପ୍ରଥମ ଥର ପାଇଁ ମଳଦ୍ବାର କର୍କଟ ରୋଗୀଙ୍କ ଠାରେ ଔଷଧ ପ୍ରୟୋଗ ହିଁ ସେମାନଙ୍କ ଶରୀରରୁ କର୍କଟ କୋଷଗୁଡ଼ିକୁ ସମୂଳ ଅନ୍ତର୍ଦ୍ଧାନ କରିଦେଇଥିବା ଜଣାଯାଇଛି। ସୂଚନାନୁଯାୟୀ, ନ୍ୟୁୟର୍କ ସହରର ମାନହଟନ୍... Read More ସ୍ୱାସ୍ଥ୍ୟ
July 1, 2022 0 Comment ଜୁନ ମାସରେ ଜିଏସଟି ସଂଗ୍ରହ ୧.୪୫ ଲକ୍ଷ କୋଟିକୁ ବୃଦ୍ଧିନୂଆଦିଲ୍ଲୀ : ଗତ ଜୁନ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୪,୬୧୬ କୋଟିରେ ପହଞ୍ଚିଛି । ଏହା ଜୁନ ୨୦୨୧ ତୁଳନାରେ ୫୬ ପ୍ରତିଶତ ଅଧିକ ହୋଇଥିବା ବେଳେ ମେ ୨୦୨୨ର ରେକର୍ଡ ୧୪୦,୮୮୫ କୋଟିର ଜିଏସଟି ରାଜସ୍ବଠାରୁ ୩ ପ୍ରତିଶତ ଅଧିକ । ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୦,୮୮୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୩୦୬ କୋଟି, ରାଜ୍ୟ ଜିଏସଟି ଟ.୩୨,୪୦୬ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୫୮୮୭ କୋଟି ଟଙ୍କା... Read More ବାଣିଜ୍ୟ
July 1, 2022 0 Comment ପୁଅ ଆକାଶକୁ ରିଲାଏନ୍ସ ଜିଓର ଦାୟିତ୍ବ ଦେବା ପରେ ଝିଅ ଈଶା ହେବେ କି ଏହି କମ୍ପାନିର ଉତ୍ତରାଧିକାରୀ?ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଭାରତର ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଏଇ କିଛି ଦିନ ହେବ ଉତ୍ତରାଧିକାରୀ ବନିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ମୁକେଶ ଅମ୍ବାନୀ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଦାୟିତ୍ବ ଭାର ଦେଇଥିବା ବେଳେ ଏବେ ଚର୍ଚ୍ଚା ଉଠୁଛି କି ଈଶାଙ୍କ ଭାଗ୍ୟରେ ପଡ଼ିବ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ। ପ୍ୟାରେଣ୍ଟ୍... Read More ବାଣିଜ୍ୟ
July 1, 2022 0 Comment ଆଜି ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ କରୋନା ପଜିଟିଭ, ୧୮ ଜଣ ୧୮ ବର୍ଷରୁ କମ୍ ବୟସରଭୁବନେଶ୍ବର: ଆଜି କରୋନା ସଂକ୍ରମଣ ଲମ୍ବ ଡିଆଁ ମାରିଛି। ରାଜ୍ୟରେ ୨୦୦ ଟପିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର... Read More ମହାନଗର
July 1, 2022 0 Comment ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକଭୁବନେଶ୍ବର: ଆଜି ସକାଳେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ତାଙ୍କର୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ କଳ୍ପନା ଅଛନ୍ତି। ସୂଚନା ଅନୁଯାୟୀ, ରଥଯାତ୍ରାର ଖବର ସଂଗ୍ରହ ପାଇଁ ଅଶୋକ ପଣ୍ଡା ନିଜ ବାଇକରେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସେ ଛିଟିକି ହୋଇପଡ଼ିଥିଲେ।... Read More ମହାନଗର
July 1, 2022 0 Comment ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ବିଜେପିକୁ କଣ ଫାଇଦା ମିଳିଲା, ପ୍ରଶ୍ନ କଲେ ଉଦ୍ଧବମୁମ୍ବାଇ: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ଶୁକ୍ରବାର ଦିନ ଶିବସେନା ଭବନରେ ପହଞ୍ଚି କହିଛନ୍ତି ଯେ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଯେଉଁଭଳି ଭାବରେ କ୍ଷମତା ଖେଳ ଖେଳାଯାଇଛି, ତାହା ଗଣତନ୍ତ୍ରକୁ ପରିହାସ କରିଛି। ସେ କହିଛନ୍ତି ଯେ ଯଦିଓ କିଛି ଲୋକ କ୍ଷମତା ପାଇଁ ବଡ଼ ଖେଳ ଖେଳିଛନ୍ତି, କିନ୍ତୁ... Read More ଦେଶବିଦେଶ
July 1, 2022 0 Comment ଘୋଷଯାତ୍ରାରେ ଭକ୍ତମୟ ବଡ଼ଦାଣ୍ଡ: ତାମଯାନରେ ଆସିଲେ ଗଜପତି, ଛେରାପହଁରା ଆରମ୍ଭପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହେଉଛି। ଗଜପତି ମହରାଜ ଦିବ୍ୟସିଂହ ଦେବ ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଞ୍ଚିବା ପରେ ରାଜାବେଶରେ ରଥ ଉପରେ ଛେରାପହଁରା ନୀତି ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ସେ ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା ସଂପନ୍ନ କରିଛନ୍ତି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ସୁବାସିତ ଜଳ ସିଞ୍ଚନ କରି ରଥକୁ ସୁବର୍ଣ୍ଣ ସମାର୍ଜନୀରେ ପରିଷ୍କୃତ କରିଛନ୍ତି। ସୁଭଦ୍ରାଙ୍କ ଦର୍ପଦଳନ ରଥରେ ... Read More ରାଜ୍ୟ
July 1, 2022 0 Comment ଶାଶୂ-ବୋହୂ କଳିର କରୁଣ ପରିଣତି, କୀଟନାଶକ ପିଇ ଶାଶୂ ମୃତଭୋଗରାଇ: ଶାଶୂବୋହୂ କଳିର କରୁଣ ପରିଣତି। ବୋହୂ ସହିତ କଳି କରି ଗୋଟିଏ ଗାଁରେ ଥିବା ଦୁଇଟି ପରିବାରର ୨ଜଣ ଶାଶୂ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି... Read More ବାଲେଶ୍ୱର
July 1, 2022 0 Comment ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷାବାଲେଶ୍ବର: ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର (ଲେଜର୍ ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ମିଜାଇଲ୍) ଆଜି ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ୍’ରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ନିର୍ଦ୍ଧାରିତ ସମୟରେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳ ଭେଦ କରିଛି। ଶତ୍ରୁପକ୍ଷର ଟ୍ୟାଙ୍କ୍କୁ ନିମିଷକେ ମଧ୍ୟରେ ଧ୍ବଂସ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନେ ଏହି କ୍ଷେପଣାସ୍ତ୍ରକୁ ଅତ୍ୟାଧୁନିକ ଲେଜର୍ ଜ୍ଞାନକୌଶଳରେ ବିକଶିତ କରିଛନ୍ତି। ଲେଜର୍ ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ମିଜାଇଲର... Read More ବାଲେଶ୍ୱର