0 Comment
ଭୁବନେଶ୍ୱର : ମଞ୍ଚେଶ୍ୱରରେ ସରକାରୀ ଔଷଧ ଗୋଦାମରେ ଗତକାଲି ଅଗ୍ନିକାଣ୍ଡ ଘଟିଛି । ଏଥିରେ ସଂପୂର୍ଣ୍ଣ ଜଳିଯାଇଛି ରାଜ୍ୟ ଔଷଧ ନିଗମର ଗୋଦାମ । ଗୋଦାମରେ କୋଭିଡ ସାମଗ୍ରୀ ସହ ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ରହିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇଯାଇଛି।... Read More