June 14, 2023 0 Comment ବିଶ୍ୱ ରକ୍ତଦାତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଭୁବନେଶ୍ୱର : ରକ୍ତଦାନ ହେଉଛି ସବୁଠାରୁ ମହତ ମାନବୀୟ କାମ । ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ନିୟମିତ ଭାବେ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ
June 14, 2023 0 Comment ଜିଲାସ୍ତରୀୟ ଆମ୍ବ ଉତ୍ସବ “ଗାଁ ଆମ୍ବ ପସରା” ଉଦଘାଟିତସମ୍ବଲପୁର : ଆମ୍ରପଲ୍ଲୀ, ଲେଙ୍ଗଡ଼ା, ଦଶେରୀ, ମଲ୍ଲିକା, ବାଇଗଣପଲ୍ଲୀ, ସୁନ୍ଦରୀ ଏମିତି ଆହୁରି ଅନେକ ଭଳିକି ଭଳି ଆମ୍ବ ଦେଖିବାକୁ ପାଇବେ ଜେଲ ଛକ ସ୍ଥିତ ଆହାର କେନ୍ଦ୍ର ପ୍ରାଙ୍ଗଣରେ । ଜିଲା ପ୍ରଶାସନ ଏବଂ ଓରମାସ ର ମିଳିତ ସହଯୋଗ ରେ ଆୟୋଜିତ ଜିଲାସ୍ତରୀୟ ଆମ୍ବ ଉତ୍ସବ ଗାଁ ଆମ୍ବ ପସରା କୁ ଆଜି ଜିଲାପାଳ ଅନନ୍ୟା ଦାସ ଉଦଘାଟନ କରିଛନ୍ତି। ଏହି ଗାଁ ଆମ୍ବ ପସରା ୨୦ ଜୁନ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ଜିଲାର... Read More ରାଜ୍ୟ
June 14, 2023 0 Comment ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି ‘ବିପର୍ଯ୍ୟୟ’, କାଲି ସ୍ଥଳଭାଗ ଛୁଇଁବଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର (ଜୁନ୍ ୧୫) ଗୁଜରାଟର କଚ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ଅତି ଭୀଷଣ ବାତ୍ୟାର ପ୍ରଭାବ ଗୁଜରାଟ ଉପକୂଳରେ ଦେଖିବାକୁ ମିଳୁଛି । ସମୁଦ୍ର ଅଶାନ୍ତ ହୋଇପଡିଛି। ଦେଶର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକରେ ପ୍ରବଳ ପବନ ସହିତ ବର୍ଷା ଆରମ୍ଭ ହୋଇଯାଇଛି | ‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ଗୁଜରାଟର ୮ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ର ସରକାର ପରିସ୍ଥିତି... Read More ଦେଶବିଦେଶ
June 14, 2023 0 Comment ବିଦ୍ୟୁତ୍ ତାର ଲାଗି ଦନ୍ତା ମୃତବୌଦ୍ଧ: ବୌଦ୍ଧ ଜିଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏଥର ଶିକାରୀ ଗୁଳିରେ ନୁହେଁ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, ବୌଦ୍ଧବନ ଖଣ୍ଡ ଅନୁର୍ଗତ କଣ୍ଟାମାଳ ରେଞ୍ଜର ବରଗାଁ ପଞ୍ଚାୟତ ଘୁଚେଙ୍ଗ ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବରପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି... Read More ରାଜ୍ୟ
June 14, 2023 0 Comment ଯୁକ୍ତ ଦୁଇ ପରୀକ୍ଷାଫଳ: ଆଜିଠୁ ଅନଲାଇନ ପୁନଃ ଯାଞ୍ଚ ଆବେଦନଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଜିଠାରୁ ପୁନଃ ଯାଞ୍ଚ ପାଇଁ ଅନଲାଇନ ଆବେଦନ କରିପାରିବେ। ଏହି ମାସ ୨୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଆସନ୍ତା ୨୨ ତାରିଖରୁ ଜୁଲାଇ ୩ ତାରିଖ ମଧ୍ୟରେ ଉତ୍ତର ଖାତାର କପି ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ ଆଇଡିକୁ ଏକ ଲିଙ୍କ୍... Read More ରାଜ୍ୟ
June 14, 2023 0 Comment ଯୌତୁକ ବିରୋଧରେ ନବବିବାହିତାଙ୍କ ବିଦ୍ରୋହ: ଶଙ୍ଖା, ସିନ୍ଦୂର ଓ ମଙ୍ଗଳସୂତ୍ର କାଢ଼ି ବରକୁ ଛାଡ଼ି ଫେରି ଆସିଲେ ବାପ ଘରଫୁଲବାଣୀ: ଶିକ୍ଷା ଓ ସ୍ବାଭିମାନର ସ୍ବର ଏତେ ତୀବ୍ର ହେଲା ଯେ ଚାରିଆଡ଼େ ଚର୍ଚ୍ଚା ପାଲଟିଗଲା। ଆଜିକାର ସମାଜର ଆଖି ଖୋଲିଦେବା ଭଳି ଘଟଣାଟିଏ ଘଟିଗଲା। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁର ଏ ଘଟଣା। ବିବାହ ଠିକ୍ ପରଦିନ ଯେତେବେଳେ ବର ସମସ୍ତଙ୍କ ସାମନାରେ ମୋଟରସାଇକେଲଟିଏ ଯୌତୁକ ଆକାରରେ ଦାବି କଲା ସେତେବେଳେ ଗରିବ ଚାଷୀ ଘରର ଝିଅର ମନରେ ବିରୋଧ ଜାତ ହେଲା। ପୁଣି ବର ଘର ନିମନ୍ତ୍ରଣ ପାଇ... Read More ରାଜ୍ୟ
June 14, 2023 0 Comment ଗୋପନ ଦସ୍ତାବିଜ ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ଟ୍ରମ୍ପ, ନିଜକୁ କହିଲେ ନିର୍ଦ୍ଦୋଷଓ୍ୱାଶିଂଟନ: ଗୋପନ ଦସ୍ତାବିଜ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଆମିର ଫେଡେରାଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏହାପୂର୍ବରୁ ଶୁକ୍ରବାର ଗୋପନ ଦସ୍ତାବିଜ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ଫେଡେରାଲ୍ ଅଭିଯୋଗ ସାର୍ବଜନୀନ କରାଯାଇଥିଲା। ଗୋପନୀୟ ଦସ୍ତାବିଜ ରଖିବା, ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ମିଥ୍ୟା ବୟାନ ଦେବା ଆଦି ୩୭ଟି ଅପରାଧିକ ମାମଲା ତାଙ୍କ ବିରୋଧରେ ରୁଜୁ କରାଯାଇଛି। ତାଙ୍କ ବିରୋଧରେ ସବୁ ଅଭିଯୋଗକୁ... Read More ଦେଶବିଦେଶ
June 14, 2023 0 Comment ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଗିରଫ କଲା ଇଡିଚେନ୍ନାଇ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଛି । ଇଡି ଅଧିକାରୀଙ୍କ ଦ୍ୱାରା ଗିରଫ ବେଳେ ଶକ୍ତି ମନ୍ତ୍ରୀ ବାଲାଜୀ କାନ୍ଦି ପକାଇଥିଲେ । ଅଧିକାରୀମାନେ ପଚରାଉଚରା କରିବା ପୂର୍ବରୁ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନେଇଥିଲେ। ସୂଚନାଯୋଗ୍ୟ ଯେ ମନି ଲଣ୍ଡରିଂ ମାମଲାରେ ସେନ୍ଥିଲ ବାଲାଜୀଙ୍କ ବାସଭବନ ଏବଂ ରାଜ୍ୟ ସଚିବାଳୟରେ ଥିବା ତାଙ୍କ କାର୍ଯ୍ୟାଳୟରେ ଇଡି ଦିନସାରା ତଲାସି କରିବା... Read More ଦେଶବିଦେଶ
June 14, 2023 0 Comment ବଲାଙ୍ଗୀର-ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣାରେ ୫ ମୃତବଲାଙ୍ଗୀର : ବଲାଙ୍ଗୀର-ସମ୍ବଲପୁର ରାସ୍ତା ସ୍ଵୟମ ହୋଟେଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକରେ କାର ପିଟି ହୋଇଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି I ମୃତକମାନେ ବଲାଙ୍ଗୀର ସହର ଜଗନ୍ନାଥ ପଡାର ବୋଲି ଜଣାପଡିଛି I ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଲାଙ୍ଗୀର ଜଗନ୍ନାଥପଡ଼ା ନିବାସୀ ଏକ ପରିବାର ମଙ୍ଗଳବାର ରାତି ପ୍ରାୟ ୧୧ ଟା ୧୫ ସମୟରେ... Read More ରାଜ୍ୟ
June 14, 2023 0 Comment ଆଜି ଖଳିଲାଗି ଏକାଦଶୀ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ଖଳିପୁରୀ : ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଅନୁସାରେ ଏହି ଏକାଦଶୀ କୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଏ। ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟରେ ଘଣ୍ଟ... Read More ରାଜ୍ୟ